ବିବାହ ବିଚ୍ଛେଦ ପାଇଁ ସରଳ କରାଯାଉ ଆଇନ

ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ବିବାହ ବିଚ୍ଛେଦ ପ୍ରକ୍ରିୟାକୁ ସରଳ ବା ସହଜ କରିବା ପାଇଁ ଜନମତ ନିଆଯାଉ ବୋଲି ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଲୋକଙ୍କ ଏହି ଦାବିକୁ ସରକାର ମାନିବା ସହ ଏକ ଜନମତ ନେଇଥିଲେ। ଏହି ଭୋଟର ଫଳାଫଳ ରବିବାର ପ୍ରକାଶ ପାଇଥିବା ବେଳେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହି ମତରୁ ଦେଖାଯାଇଥିଲା ଯେ, ୮୨ ପ୍ରତିଶତ ଲୋକ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବାକୁ ଚାହୁଁଛନ୍ତି। ଏହାପରେ ସରକାର ଏନେଇ ନୂଆ ବିଲ୍‌ ଆଣିବାକୁ ସଙ୍କେତ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆୟରଲାଣ୍ଡରେ ଦମ୍ପତିଙ୍କୁ ବିଚ୍ଛେଦ ହେବା ପାଇଁ ୪ରୁ ୫ ବର୍ଷ ଅଲଗା ରହିବା ବାଧ୍ୟତାମୂଳକ ରହିଥିଲା। କିନ୍ତୁ ଏବେ ସରକାର ଏହି ଅବଧିକୁ କମ୍‌ କରିବା ପାଇଁ ସଙ୍କେତ ଦେଇଛନ୍ତି। ଦମ୍ପତିଙ୍କୁ କେବଳ ୨ବର୍ଷ ଅଲଗା ରହିବା ପାଇଁ ଏକ ନୂଆ ବିଲ୍‌ ଆଗତ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନମାରରେ ଭୟଙ୍କର ଭୂକମ୍ପ

ନାଇପିଦ,୨୮।୩: ମ୍ୟାନମାରରେ ୭.୨ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ଶୁକ୍ରବାର (୨୮ ମାର୍ଚ୍ଚ) ଭୂମିକମ୍ପ ଝଟକା...

ଭାରତ କାହାକୁ ଡରେ ନାହିଁ, ଖୋଲାଖୋଲି ଘୋଷଣା କଲେ ପୁଟିନ

ମସ୍କୋ,୨୮।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ନୂଆ ପ୍ରସ୍ତାବ ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଯୋଜନା ପରାମର୍ଶ...

ଅସୁସ୍ଥ ହୋଇ ପଡିଲେ କିଙ୍ଗ ଚାର୍ଲସ, ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୨୮।୩: ଗୁରୁବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରିଟେନର ରାଜା ଚାଲର୍‌ସ ତୃତୀୟ କର୍କଟ...

ରମଜାନରେ ଭାରତକୁ ବଡ଼ ଉପହାର ଦେଲା UAE, ୫୦୦ ଭାରତୀୟଙ୍କୁ ଦେଲା ‘ନୂଆ ଜୀବନ’

ଆବୁଧାବି,୨୮।୩: ୟୁଏଇ ସହିତ ଭାରତର ଭଲ ବନ୍ଧୁତା ରହିଛି। ଏହି ବନ୍ଧୁତାର ରଙ୍ଗ ଏବେ ଅଧିକ ଉଜ୍ଜ୍ୱଳ ହୋଇଯାଇଛି। ଭାରତ ଏବଂ ୟୁଏଇ ମଧ୍ୟରେ ବନ୍ଧୁତାର...

Mohammad Yunus In China: ସି ଜିନପିଙ୍ଗଙ୍କୁ ଭେଟିଲେ ମହମ୍ମଦ ୟୁନୁସ

ବେଜିଂ,୨୮।୩: ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର(୨୮ ମାର୍ଚ୍ଚ)ରେ ପରସ୍ପରକୁ ସାକ୍ଷାତ କରିଛନ୍ତି। ମହମ୍ମଦ...

Trump Iftar Party: ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଇଫତାର ପାର୍ଟକୁ ନେଇ ବିବାଦ

ଓ୍ବାଶିଂଟନ,୨୮।୩: ପବିତ୍ର ମୁହରମ ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରଥମ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏବେ ଟ୍ରମ୍ପଙ୍କ ଏହି ଇଫତାର...

ଧମକ ଦେଲା ଆମେରିକା ତ ଛାଡିଲା ନାହିଁ ଇରାନ, ଏବେ ଯୁଦ୍ଧ ମୁଡରେ ମୁସଲମାନ ଦେଶ

ତେହେରାନ,୨୮।୩: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ସର୍ବଜନବିଦିତ। ଆମେରିକା ପ୍ରାୟତଃ ଇରାନକୁ ପାଲେଷ୍ଟାଇନୀମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରେ ଏବଂ ଇରାନକୁ ପରିଣାମ ଭୋଗିବାକୁ...

‘ଆମେରିକା ସହ ପୁରୁଣା ସମ୍ପର୍କ ଶେଷ’, ଘୋଷଣା କଲେ କାନାଡା ପ୍ରଧାନମନ୍ତ୍ରୀ, ଦେଶର ଜନତାଙ୍କୁ ଦେଲେ କଡ଼ା ଚେତାବନୀ

ଓଟାଓ୍ବା,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ ଭାରୀ ଶୁଳ୍କ ଘୋଷଣା କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image