Categories: ଜାତୀୟ

ବିବାହ ଭୋଜିରେ ହୋଇଥିଲା ଜ୍ୟୋତିରାଦିତ୍ୟଙ୍କୁ ଭାଜପାରେ ସାମିଲ କରିବା ଯୋଜନା

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶ ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭାଜପାରେ ସାମିଲ କରିବା ପାଇଁ ଏକ ବିବାହ ଭୋଜିରେ ଯୋଜନା ହୋଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପୁଅ ଗିରିଶ ନଡ୍ଡାଙ୍କ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ପ୍ରମୁଖ ଉପସ୍ଥିତ ଥିଲେ। ଜ୍ୟୋତିରାଦିତ୍ୟଙ୍କୁ ଭାଜପାରେ ସାମିଲ୍‌ କରିବା ନେଇ ମୋଦି ଏବଂ ଶାହାଙ୍କୁ ଶିବରାଜ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାର ୩ ଦିନ ପରେ ଜ୍ୟୋତିରାଦିତ୍ୟଙ୍କୁ ଭାଜପାରେ ସାମିଲ କରାଇବା ଲାଗି ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ବୋଲି କୁହାଯାଉଛି।

Share