ବିବାହ ଭୋଜ ଖାଇ ଫେରୁଥିଲେ, ଚାଲିଗଲା ୩ ଯୁବକଙ୍କ ଜୀବନ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): ବିବାହ ଉତ୍ସବରେ ମଉଜମସ୍ତି କରି ଭୋଜି ଖାଇ ନିଜ ଘରକୁ ଫେରିବା ସମୟରେ ଦୁର୍ଘଟଣା ଘଟି ୩ ଯୁବକଙ୍କ ଜୀବନ ଚାଲିଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଫପ୍‌ସି ରାସ୍ତାରେ। ବୁଧବାର ରାତିରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପ୍ରଥମେ ମ.ରାମପୁର ଡାକ୍ତରଖାନା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ରାନୀପଟ୍ଟା ଗ୍ରାମର ପ୍ରସନ୍ନ ମାଝୀ, ମ.ରାମପୁରର ସନ୍ତୋଷ ଡାକୁଆ ଏବଂ ସାଲେପଡ଼ାର ଆକାଶ ମାଝୀ। ।