ବିବାହ ଶୋଭାଯାତ୍ରା ଅନୁମତି ରଦ୍ଦ: ଦେହ ଖରାପ ହେଲେ ଛୁଟିରେ ଯିବେ ପୋଲିସ କର୍ମଚାରୀ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିବାହ ଉତ୍ସବ, ଶୋଭାଯାତ୍ରାକୁ ରଦ୍ଦ କରାଯାଇଛି। ଯେଉଁମାନେ ଅନୁମତି ନେଇଥିଲେ ସେସବୁକୁ ମଧ୍ୟ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ଲୋକମାନଙ୍କୁ କୌଣସି ସ୍ଥାନରେ ଏକାଠି ହେବାକୁ ମଧ୍ୟ ମନା କରାଯାଇଥିବା ଶୁକ୍ରବାର କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ପୋଲିସ କର୍ମଚାରୀଙ୍କ ଦେହ ଖରାପ ହେଲେ ସେମାନେ ଛୁଟିରେ ଯିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।

Share