Categories: ଫୁରସତ

ବିବାହ ସମୟରେ ବରଙ୍କୁ ଉପହାରରେ ଦିଆଯାଏ କନ୍ୟାଙ୍କ କେଶ

ଲମ୍ବା କେଶ ପାଇଁ ପ୍ରସିଦ୍ଧ ଚାଇନାର ଗୁଆଗଶି ଅଞ୍ଚର ହୁଆଙ୍ଗଲୁଓ ଗାଁ। ଏହାକୁ ଲଙ୍ଗ ହେୟାର ଭିଲେଜ ବୋଲି ମଧ୍ୟ କୁହାଯାଏ। କାରଣ ଏଠାକାର ସମସ୍ତ ମହିଳାଙ୍କ କେଶର ଲମ୍ବ ଅତିକମ୍‌ରେ ୩ରୁ ୭ ଫୁଟ ପର୍ଯ୍ୟନ୍ତ ହୋଇଥାଏ। ମହିଳାମାନେ ଲମ୍ବା କେଶ ରଖିବା ଏଠାକାର ପରମ୍ପରା ବୋଲି କୁହାଯାଏ। ଝିଅ ବିବାହ ଯୋଗ୍ୟ ହେବା ପରେ କେଶକୁ ସେମାନେ ସବୁବେଳେ କପଡା ଦ୍ୱାରା ଢାଙ୍କି ରଖିଥାଆନ୍ତି। କାରଣ କେହି ଏହି କେଶକୁ ଦେଖିବା ମନା। ଯଦି କେବେ ଏଠାରେ ଥିବା ଝିଅଙ୍କର କେଶ କଟାଯାଇଥାଏ ତେବେ ଜେଜେମା କଟାଯାଇଥିବା କେଶକୁ ଏକ ଡବାରେ ସଜାଇ ରଖିଥାଆନ୍ତି। ଝିଅର ବିବାହ ସମୟରେ ଡବାରେ ଥିବା କେଶକୁ ବରଙ୍କୁ ଉପହାର ଭାବେ ଦିଆଯାଇଥାଏ। ସେହିପରି ଝିଅର କେଶକୁ ପ୍ରଥମ କରି ତା’ର ପତି ଦେଖିଥାଆନ୍ତି। ଏଭଳି ପରମ୍ପରା ନିଆରା ବୋଲି କୁହାଯାଏ। ସ୍ଥାନୀୟ ଲୋକଙ୍କ ମତରେ ଲମ୍ବା କେଶ ରଖିବା ମହିଳାଙ୍କ ସଉକ ନୁହେଁ ବରଂ ଏହା ଏଠାକାର ପରମ୍ପରା। ଏହି ମହିଳାଙ୍କ କେଶ ୮୦ ବର୍ଷ ପୂର୍ବରୁ ପାଚି ନ ଥାଏ ବା ଧଳା ହୋଇ ନ ଥାଏ ବୋଲି ଏମାନେ କୁହନ୍ତି। ଲମ୍ବା କେଶ ପାଇଁ ଏହି ଗାଁ ଗିନିଜ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛି।

Share