Categories: ଫୁରସତ

ବିବାହ ସମୟରେ ବର୍ଷା ହେଲେ, କେମିତି ବିତିବ ଦମ୍ପତିଙ୍କ ସାଂସାରିକ ଜୀବନ

ବିବାହ ଉତ୍ସବକୁ ନେଇ ବନ୍ଧୁ ପରିଜନ ଖୁସିରେ ନାଚି ଉଠନ୍ତି। କିନ୍ତୁ ବିବାହ ଦିନ ଯଦି ବର୍ଷା ହେଲା ତେବେ ପରିବାର ଲୋକେ ଚିନ୍ତାରେ ପଡ଼ିଯାନ୍ତି। ସମସ୍ତ ଆୟୋଜନ ସତେ ଯେମିତି ପାଣି ଫାଟିଯାଏ। ବର୍ଷା ହେଲେ ବିଚରା ପୁଅ ଝିଅଙ୍କୁ ନାନା କଥା କହି ଲୋକେ ଥଟ୍ଟା ପରିହାସ କରିଥାନ୍ତି। ଅନେକ ଲୋକ ଏହାକୁ ଅଶୁଭ କହୁଥିବାବେଳେ କେହି କେହି ଶୁଭ ମାନିଥାନ୍ତି। ସେ ଯାହା ବି ହେଉ ବିବାହ ଦିନ ବର୍ଷା ହେଲେ ନୂଆକରି ସଂସାର ଗଢ଼ିବାକୁ ଯାଉଥିବା ଦମ୍ପତି କେମିତି କାଟିଥାନ୍ତି ସାଂସାରିକ ଜୀବନ ଜାଣନ୍ତୁ।

ବିବାହ ଦିନ ବର୍ଷା ହେଲେ ଭଗବାନଙ୍କ ଆଶୀର୍ବାଦ କୁହାଯାଏ। ଏହା ପ୍ରକୃତିର ଶୁଭ ସଂକେତ। ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ ହେଁ ଦମ୍ପତିଙ୍କ ପାଇଁ ବର୍ଷା ସୁଖର ସମ୍ଭାର ଆଣି ଆସିଥାଏ। ଉତ୍ତମ ଭାଗ୍ୟର ମଧ୍ୟ ସୂଚନା ଦେଇଥାଏ।

ଏହି ବିବାହ ସଫଳ ହେବାର ପ୍ରତୀକ ସ୍ବରୁପ। ପ୍ରକୃତି ପକ୍ଷରୁ ଏହା ବର କନ୍ୟାଙ୍କୁ ଆଶୀର୍ବାଦ ସଦୃଶ। ପ୍ରକୃତି ସୂଚାଇ ଦେଇଥାଏ ଯେ, ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ସୁଦୃଢ଼ ହେବ।

ଜୀବନ ସୁଖଶାନ୍ତିରେ ଭରିଯିବ। ଆଉ ଏକ ବିଶ୍ୱାସ ମଧ୍ୟ ରହିଛି ବିବାହ ଦିନ ବର୍ଷା ହେଲେ ଦମ୍ପତି ଖୁବଶୀଘ୍ର ମାତାପିତା ହେବାର ସୌଭାଗ୍ୟ ଲାଭ କରିଥାନ୍ତି।

Share