Categories: ଖେଳ

ବିବିଏଲ ପାଇଁ ଏନ୍‌ଓସି ଦେଲା ନାହିଁ ପିସିବି

କରାଚୀ,୧୩।୧୨- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଲରାଉଣ୍ଡର ଫହିମ ଅଶରଫ ଓ ପେସର ଉସମାନ ଶିନଓ୍ବାରିଙ୍କୁ ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଖେଳିବାକୁ ଏନ୍‌ଓସି ଦେବାକୁ ମନା କରିଦେଇଛି। ନିକଟରେ ଉଭୟ କ୍ରିକେଟରଙ୍କ ସହ ବିବିଏଲ ଚୁକ୍ତି କରାଯାଇଥିଲା। ଚୂଡ଼ାନ୍ତ ବିଶ୍ୱକପ ଦଳରୁ ବାଦ୍‌ ପଡ଼ିବା ପରେ ଅଶରଫ ଏପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ ଖେଳି ନାହାନ୍ତି। ସେ ମେଲବୋର୍ନ ରେନେଗାଡେସ ପାଇଁ ଖେଳିଥାନ୍ତେ। ଶିନଓ୍ବାରିଙ୍କ ସମାନ ଦଳ ପ୍ରଥମ ୫ ମ୍ୟାଚ୍‌ ପାଇଁ ଚୁକ୍ତି କରିଥିଲା। ପିସିବି ସୂତ୍ରରୁ ଜଣାପଡ଼ିଛି, ଅଶରଫଙ୍କୁ ଘରୋଇ କ୍ରିକେଟରେ ଧ୍ୟାନ ଦେବାକୁ କୁହାଯାଇଥିବାବେଳେ ସିନିଓ୍ବାରିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଲାଗି ଡାକରା ଦିଆଯାଇଛି।

Share