Categories: ଜାତୀୟ

ବିବେକାନନ୍ଦଙ୍କ ବାଣୀ ପ୍ରେରଣା ଯୋଗାଉଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୧: ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିବେକାନନ୍ଦଙ୍କ ୧୫୭ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଯୁଗ ଯୁଗ ଧରି ସ୍ବାମୀ ବିବେକାନନ୍ଦଙ୍କ ବାଣୀ ପ୍ରେରଣା ଯୋଗାଉଛି। ଏହା ପ୍ରେରଣାର ଉତ୍ସ ଭାବେ ପ୍ରତିପାଦିତ ହୋଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଶୈଳୀ ଏବଂ କାର୍ଯ୍ୟ ସବୁବେଳେ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ଉଦାହରଣ ହୋଇ ରହିଥିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ. ସ୍ବାମୀ ବିବେକାନନ୍ଦ ୧୮୬୩ ଜାନୁୟାରୀ ୧୨ରେ ପଶ୍ଚିମବଙ୍ଗର କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ।

Share