Categories: ଜାତୀୟ

ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ, ୨୦ା୭(ପି.ଟି.): ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଫିସର ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ବିବେକଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ୨୦୦୪ ବ୍ୟାଚ୍‌ର ଏହି ଆଇଏଫ୍‌ଏସ୍‌ ଅଫିସର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ନିଯୁକ୍ତି ଦାୟିତ୍ୱଗ୍ରହଣ ଦିନରୁ ଆରମ୍ଭ ହେବ ଏବଂ ଚାକିରି କାର୍ଯ୍ୟକାଳ ଶେଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ବୋଲି କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଆଇଆଇଟି ବମ୍ବେରୁ କେମିକାଲ ଇଞ୍ଜିନିୟରିଂରେ ବିଟେକ୍‌ ଡିଗ୍ରୀ ହାସଲ କରିଥିବା ବିବେକ ପୂର୍ବରୁ ରୁଷିଆ ଓ ଅଷ୍ଟ୍ରେଲିଆରେ ଭାରତର କୂଟନୀତିଜ୍ଞ ଭାବେ କାର୍ଯ୍ୟ କରିଥିଲେ।

Share