ନୂଆଦିଲ୍ଲୀ୍, ୧ା୯(ପି.ଟି.): ଆଇପିଏସ୍ ଅଫିସର ବିବେକ କୁମାର ଜୋହ୍ରି ଶନିବାର ବିଏସ୍ଏଫ୍ର ୨୫ତମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏସ୍ଏଫ୍ ମୁଖ୍ୟାଳୟଠାରେ ୧୯୮୪ ବ୍ୟାଚ୍ ମଧ୍ୟପ୍ରଦେଶ କ୍ୟାଡର୍ର ଏହି ଅଫିସର୍ ରଜ୍ନୀକାନ୍ତ ମିଶ୍ରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ‘ର’(ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ)ରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର ଇନ୍ ସ୍ପେଶାଲ ଡ୍ୟୁଟି(ଏସ୍ଓଡି)ଭାବେ ସେ କାର୍ଯ୍ୟ କରିଥିଲେ। ଭୋପାଳରେ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଜୋହ୍ରି ସିବିଆଇରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଅବସର ନେବେ।