ବିଭାଗୀୟ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା: ୬ଙ୍କୁ ରାଷ୍ଟ୍ରମନ୍ତ୍ରୀ, ୪ଙ୍କୁ ପ୍ରମୁଖ ସଚିବ, ଜଣେ ହେଲେ ମୁଖ୍ୟ ସଚିବ

ଭୁବନେଶ୍ୱର,୬।୯(ବ୍ୟୁରୋ): ନବ ନିଯୁକ୍ତ ବିଭିନ୍ନ ବିଭାଗୀୟ ଉପଦେଷ୍ଟାଙ୍କୁ ଶୁକ୍ରବାର ବିଭିନ୍ନ ପାହ୍ୟା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା ବେଳେ ୪ଜଣଙ୍କୁ ପ୍ରମୁଖ ସଚିବ ଓ ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି। ଲୋପାମୁଦ୍ରା ବକ୍ସିପାତ୍ର, ମୁନ୍ନା ଖାଁ, ସୁଧୀର ଦାସ, ଅନୁଭବ ପଟ୍ଟନାୟକ, କୃତିବାସ ପାତ୍ର, ରାମଚନ୍ଦ୍ର ପଣ୍ଡାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା ବେଳେ ଉତ୍କଳ ପରିଡ଼ା, ସୁଲତା ଦେଓ, ଜନ୍ମେଜୟ ଲେଙ୍କା, ଦେବାଶିଷ ମଲ୍ଲିକଙ୍କୁ ପ୍ରମୁଖ ସଚିବ ପାହ୍ୟା ଏବଂ ସୁଜିତ କୁମାରଙ୍କୁ ମୁଖ୍ୟ ସଚିବ ପାହ୍ୟା ମିଳିଥିବା ସୂଚନା ମିଳିଛି।