ବିଭିନ୍ନ ଅବ୍ୟବସ୍ଥାରେ ଡାଏଲିସିସ ଓ୍ବାର୍ଡ

କେନ୍ଦୁଝର, ୨୧ା୬ (ସ୍ବ.ପ୍ର.)-କିଡନୀ ରୋଗୀଙ୍କୁ ମାଗଣା ଡାଇଲିସିସ ସୁବିଧା ଦେବା ସରକାର କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଡାଇଲିସିସି ଓାର୍ଡ ଖୋଲିଛନ୍ତି। ୧୦ ବେଡ ବିଶିଷ୍ଟ ଏହି ଓ୍ବାର୍ଡରେ ବହୁ ସମସ୍ୟା ଲାଗିରହୁଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ା ଅନେକ ସମୟରେ କେମିକାଲ, ଇଞ୍ଜେକ୍ସନ ଅଭାବ ସାଙ୍ଗକୁ ପାଣି ସମସ୍ୟା, ବିଦ୍ୟୁତ ସମସ୍ୟା ତଥା ଅସ୍ବାସ୍ଥ୍ୟକର ପରିବେଶ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ା ଓ୍ବାର୍ଡ ଚାରିପାଖରେ ଅନାବନା ଗଛ, ମଇଳା ଆବର୍ଜନା ଯୋଗୁ ମଶା, ମାଛିଙ୍କ ପ୍ରାଦୂର୍ଭାବ ଦେଖାଦେଉଛି। ଫଳରେ ମଶା ମାଛି କାମୁଡି ମ୍ୟାଲେରିଆ ବା ଅନ୍ୟ ରୋଗ ହେଲେ କିଡନୀ ରୋଗୀଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ହେଉଛି। ପାଣି ବ୍ୟବସ୍ଥା ନ ଥିବାରୁ ଡାଇଲିସିସି ୟୁନିଟରେ ପାଣି ପମ୍ପିଂ କରିପାରୁନାହାନ୍ତି। ରୋଗୀଙ୍କୁ ବିଶ୍ରାମ ପାଇଁ ଅଧିକ ରୁମ ଆବଶ୍ୟକତା ରହିଛି। ଓ୍ବାର୍ଡରେ ପମ୍ପ ଅଛି ଓ ଜେନେରେଟର ଅଛି। କିନ୍ତୁ ପାଣି ବ୍ୟବସ୍ଥା ନ ଥିବାରୁ ବ୍ୟବହର କରିପାରୁ ନାହାନ୍ତି। ଅନ୍ୟପକ୍ଷେ ଡାଇଲିସିସ ବେଳେ କିଛି ରକ୍ତ ନଷ୍ଟ ହୋଇଥାଏ। ଏଣୁ ରକ୍ତ ଅଭାବ ଦୂର କରିବା ପାଇଁ ଏବଂ ରକ୍ତ ହୀନତା ରୋଗୀଙ୍କ ପାଇଁ ହିମୋଗ୍ଲୋବିନ ଇଞ୍ଜେକ୍ସନ ସପ୍ତାହରେ ୨ ଥର ଦେବା ବ୍ୟବସ୍ଥା ରହିଛି ା କିନ୍ତୁ ଅନେକ ରୋଗୀ ୨ ଥର ପାଉ ନ ଥିବାରୁ ବାହାରୁ ଅନୂ୍ୟନ ୭ ଶହ ଟଙ୍କାରେ କିଣିବାକୁ ପଡୁଛି ବୋଲି ରୋଗୀ ମାନେ କହୁଛନ୍ତି। ଫଳରେ ଗରୀବ ଲୋକେ କିଣି ନ ପାରି ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ଗରୀବ ରୋଗୀଙ୍କୁ ଆବଶ୍ୟକସ୍ଥଳେ ବାହରୁ କିଣି ଦେବାକୁ ସେମାନେ ନିନେଦନ କରୁଛନ୍ତି।
ଆପାତ୍ତକାଳୀନ ସମୟରେ ରୋଗୀଙ୍କ ହୃଦସ୍ପନ୍ଦନ ସ୍ଥିରତା ପାଇଁ ଆଇସିୟୁ ଆବଶ୍ୟକ। ଏଣୁ ଏନେଇ ଓାର୍ଡରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି। ନୂତନ ଭାବେ ଯୋଗଦେବା ପରେ ଏଡିଏମଓ ମେଡିକାଲ ବିଭିନ୍ନ ଓାର୍ଡର ସମସ୍ୟାକୁ ଅନୁଧ୍ୟାନ କରି ପଦକ୍ଷେପ ନେଉଛନ୍ତି। ଏଡିଏମଓ ମେଡିକାଲ ଡକ୍ଟର ଗୁରୁପ୍ରସାଦ ମିଶ୍ର, କହିଛନ୍ତିି ଯେ, ସେ ଯୋଗଦେବା ପରେ ସ୍ବତନ୍ତ୍ର ପାଣି ଯୋଗାଣ ବ୍ୟବସ୍ଥା କରିବା ସହ ହିମୋଗ୍ଲୋବିନ ଇଞ୍ଜେକ୍ସନ ଦେବା ବ୍ୟବସ୍ଥା କରିଛନ୍ତି। ସେଭଳି ନିର୍ଦ୍ଦିଷ୍ଟ ସୂଚନା ଆସିଲେ ସେ ନିଶ୍ଚୟ ଦୃଷ୍ଟି ଦେବେ।

Share