ବିଭିନ୍ନ ଗ୍ରାମରେ ମାସ୍କ, ପରିବା ବଣ୍ଟନ

ଖଇରା, ୨୮।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ପଞ୍ଚାୟତ ଯୁବ ବିଜେଡି ଆନୁକୂଲ୍ୟରେ ସୋମବାର ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମାସ୍କ ଓ ପରିବା ବଣ୍ଟନ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ଉତ୍ତର ଓଡିଶା ଉପସଭାପତି ଗୌତମ ରାଉତଙ୍କ ନେତୃତ୍ୱରେ କର୍ମକର୍ତ୍ତା ସାରୁଗାଁ ପଞ୍ଚାୟତର ସାରୁଗାଁ, ତିଳଦା, କାକୁଡିଆ, ମିଟୁଆଣି, ନୂଆଗାଁ, ମାହାରାସାହି, ଦହିପୁର ଗ୍ରାମର ଅସହାୟ ପରିବାରକୁ ଭେଟି ଏହି ସାମଗ୍ରୀ ଓ ମାସ୍କ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁଭଦ୍ରା ସେଠୀ, ନରେନ୍ଦ୍ର ନାଥ ଧର, କମଳାକାନ୍ତ ନାୟକ, ଲକ୍ଷ୍ମୀକାନ୍ତ ଦାସ, ବିଶ୍ୱନାଥ ଦାସ, ବିଶ୍ୱନାଥ ଗାହାଣ, ବିକାଶ ଦାସ, ପ୍ରକାଶ ଦାସ, କୈଳାସ ନାୟକ, ଶମ୍ବୁନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ।