Categories: ରାଜ୍ୟ

ବିଭିନ୍ନ ଦାବିନେଇ ଆଶ୍‌ପଣ୍ଡ ପମ୍ପହାଉସରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

ବଅଁରପାଳ,୨୧।୫(ଡି.ଏନ୍‌.ଏ.): ବିଭିନ୍ନ ଦାବିନେଇ ମଙ୍ଗଳବାର ଅନୁଗୋଳ ଜିଲା ବଅଁରପାଳ ନାଲ୍‌କୋ ନିକଟସ୍ଥ କୁକୁଡ଼ାଙ୍ଗ ଅଞ୍ଚଳବାସୀ ନାଲକୋ ଆଶ୍‌ପଣ୍ଡ ପମ୍ପ ହାଉସରେ ତାଲା ପକାଇଛନ୍ତି। ଏହା ସହ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। କୁକୁଡ଼ାଙ୍ଗ ପୂର୍ବତନ ସରପଞ୍ଚ ଅମୀୟ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିବା ଜଣାପଡିଛି।

Share