ବିଭିନ୍ନ ଦାବିନେଇ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ବିକ୍ଷୋଭ

ଭବାନୀପାଟଣା,୩୧।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ବର୍ଦ୍ଧିତ ହଷ୍ଟେଲ ଫି’ ହ୍ରାସ ଓ ଛାତ୍ରଙ୍କୁ ନୂତନ ଛାତ୍ରାବାସକୁ ସ୍ଥାନାନ୍ତର ଦାବି ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ପୂର୍ବତନ ଛାତ୍ରସଂସଦ ସଭାପତି ଆଶିଷ ମହାପାତ୍ରଙ୍କ ନେତୃତ୍ୱରେ ବୁଧବାର ଶତାଧିକ ଛାତ୍ର ମହାବିଦ୍ୟାଳୟମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ କରିବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କୁ କାର୍ଯ୍ୟାଳୟରେ ଘେରାଉ କରିଥିଲେ। ରହୁଥିବା ଛାତ୍ରାବାସର ଛାତରୁ ପାଣି ଗଳି ଛାତ୍ରଙ୍କ ଆସବାବପତ୍ର ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ବର୍ଦ୍ଧିତ ଫି’ ତୁରନ୍ତ ହ୍ରାସ କରିବା ସହ ଛାତ୍ରଙ୍କୁ ନୂତନ ହଷ୍ଟେଲକୁ ସ୍ଥାନାନ୍ତର ନ କଲେ ଆନ୍ଦୋଳନ କରାଯିବ ବୋଲି ଛାତ୍ରନେତା ଆଶିଷ ମହାପାତ୍ର, କେ.ପ୍ରବୀଣ କୁମାର, ଶୁଭେନ୍ଦୁ ଭୋଇ, ଶିବାନନ୍ଦ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share