ବିଭିନ୍ନ ଦାବିରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଚାଷୀ

ବିଜେପୁର,୧୪।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ୭ ଦିନ ଥିବା ବେଳେ ୪ ଦଫା ଦାବି ନେଇ ବ୍ଲକ କୃଷକ ସଂଗଠନ ପକ୍ଷରୁ ସୋମବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏସିଏଫ୍‌ ଓ ଓ୍ବାସିଏଫ୍‌ ଉଚ୍ଛେଦ, ୨୦୧୮ର ଇନ୍‌ପୁଟ ସବ୍‌ସିଡି ପ୍ରଦାନ, ଉତ୍ପାଦିତ ଶସ୍ୟ ଓ ପନିପରିବାର ବଜାର ସୁବିଧା ଆଦି ଦାବିରେ ଚାଷୀମାନେ ଧାରଣା ଦେଇଥିବା ଜଣାପଡ଼ିଛି। ଚାଷୀନେତା ବିନୋଦ ବିହାରୀଙ୍କ ଅଧ୍ୟକ୍ଷତାରେ ପଞ୍ଚାନନ ଦଳପତି, ସଦାନନ୍ଦ ପୂଜାରୀ, ଶଙ୍କର୍ଷଣ ପଧାନ, ଯଦୁମଣି ପଟେଲ, ଚନ୍ଦ୍ରଗୁପ୍ତ ନାଏକଙ୍କ ସମେତ ଶତାଧିକ ଚାଷୀ ଏହି ଧାରଣାରେ ସାମିଲ ହୋଇଛନ୍ତି।

Share