ଦୁର୍ଘଟଣା ଅପରାଧ ପାଇଁ ନିଶା ଦାୟୀ

ଫୁଲବାଣୀ ଅଫିସ,୨୬ା୬-ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ପରିସରରେ ଜିଲାସ୍ତରୀୟ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଯୋଗଦେଇ ନିଶାର କୁ ପ୍ରଭାବ ଏବଂ ସମାଜରେ ଏଥିପାଇଁ ଘଟୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ୯୦ ପ୍ରତିଶତ ଦୁର୍ଘଟଣା ଓ ଅପରାଧ କେବଳ ନିଶା ପାଇଁ ହେଉଥିବା କହିଥିଲେ। ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲା ଅବକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ହୋଇଥିଲା। ଏହାପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସମୀର କୁମାର ଦାସ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ପ୍ରସନ୍ନ କୁମାର ତ୍ରିପାଠୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋସ୍ବିନୀ ମିଶ୍ର, ଅବକାରୀ ଅଧୀକ୍ଷକ ବିମ୍ବାଧର ସେଠୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭୂଜଙ୍ଗ ଭୁଷଣ ରାଓ, ପ୍ରଜାପିତା ବ୍ରହ୍ମକୁମାରୀର ଭଉଣୀ ଗୀତା ପ୍ରମୁଖ ଯୋଗଦେଇ ନିଶା ସେବନର କୁପରିଣାମ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ନିଶା ଛାଡିଥିବା ୧୦ ଜଣ ବ୍ୟକ୍ତିଙ୍କୁ ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅଧିକାରୀ ଅକ୍ଷୟ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share