ବିଭିନ୍ନ ଦାବି ନେଇ ଏଲଆଇସିର ଏଜେଣ୍ଟଙ୍କ ଧାରଣା

ରାୟଗଡ଼ା ଅଫିସ,୨୧।୧: ରାୟଗଡ଼ାର କସ୍ତୁରୀନଗରଠାରେ ଥିବା ଏଲଆଇସିର ମୁଖ୍ୟଶାଖାରେ ଏଲଆଇସିର ଏଜେଣ୍ଟଙ୍କ ପକ୍ଷରୁ ଲାଇଫ ଇନସ୍ୟୁରାନ୍ସ ଅଫ ଫେଡ଼େରେଶନ ଅଫ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଏଲଆଇସିର ଏଜେଣ୍ଟମାନେ ରାୟଗଡ଼ା ଶାଖା ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଧାରଣା ଦେଇଛନ୍ତି। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ଯୋଗଦେଇଛନ୍ତି। ଇନସ୍ୟୁରାନ୍ସ ପ୍ରିମିୟମରେ ଲାଗୁ ହେଉଥିବା ଜିଏସଟିକୁ ଉଚ୍ଛେଦ କରିବା, ପଲିସି କରୁଥିବା ବ୍ୟକ୍ତିଙ୍କ ପାଇଁ ବୋନସ ବୃଦ୍ଧି, ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ୧୦ ଲକ୍ଷ କରାଯାଉ, ଏଜେଣ୍ଟମାନଙ୍କ ପରିବାର ସଦସ୍ୟଙ୍କୁ ମେଡ଼ିକାଲ ସୁବିଧା ପ୍ରଦାନ ଏପରି ୧୫ଟି ଦାବି ରହିଛି ା ରାୟଗଡ଼ା ଶାଖାର ଶାଖା ପରିଚାଳକଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରାଯାଇଛି ା ଦିନିକିଆ କାର୍ଯ୍ୟ ବନ୍ଦ କରାଯାଇଛି ା

Share