ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ରାସ୍ତାରୋକୋ

ସମ୍ବଲପୁର, ୧୧।୩ (ବ୍ୟୁରୋ): ବିଭିନ୍ନ ଦାବିନେଇ ଓଡିଶା ରାଜ୍ୟ କେନ୍ଦୁପତ୍ର ସଂଘ ଡାକରାରେ ସମ୍ବଲପୁର କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୫ଟି ସ୍ଥାନରେ ବୁଧବାର ରାସ୍ତାରୋକୋ ହୋଇଛି । ଜିଲାର ଜାତୀୟ ରାଜପଥ ଅଇଁଠାପାଲି ଛକ, ରେଢ଼ାଖୋଲ, ଯୁଯୁମୁରା, ଉଲୁଣ୍ଡା, ଭଟଲି ଆଦି ସ୍ଥାନରେ ଏହି ରାସ୍ତାରୋକୋ ହୋଇଥିବା ଜଣାପଡ଼ିଛି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାସ୍ତାରୋକୋ କରାଯିବ ବୋଲି କେନ୍ଦୁପତ୍ର କର୍ମଚାରୀ ସୂଚନା ଦେଇଛନ୍ତି । ଫଳରେ ଜାତୀୟ ଓ ରାଜ୍ୟ ରାଜପଥଗୁଡିକରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ସଂଖ୍ୟାରେ ଗାଡିମୋଟର ଛିଡା ହୋଇଛି।

Share