Advertisement

ବିଭିନ୍ନ ଦାବି ନେଇ ଗର୍ଜିଲା ମୋଟର ଚାଳକ ସଂଘ: ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ,୧୮।୫(ଡି.ଏନ୍‌.ଏ.): ଅସଙ୍ଗଠିତ ମୋଟର ଚାଳକଙ୍କ ମୌଳିକ ସମସ୍ୟା ନେଇ ଶନିବାର ଗଞ୍ଜାମ ଶାଖା ମୋଟର ଚାଳକ ସଂଘ ପକ୍ଷରୁ ତହସିଲଦାରଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୋଟର ଚାଳକମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ପରେ ଭାରତୀ ବିଦ୍ୟାପୀଠ ସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି। ସେମାନଙ୍କ ଦାବିଗୁଡିକ ହେଲା ଉକ୍ତ ଏନ୍‌ଏସି ଅଞ୍ଚଳ ପରିସରରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ, ଚାଳକଙ୍କ ନିମନ୍ତେ ଆଶ୍ରମ ଗୃହ ଓ ଶୌଚାଳୟ, ଶ୍ରମ ବିଭାଗରେ ସମସ୍ତ ଚାଳକମାନଙ୍କ ପଞ୍ଜୀକରଣ, ଚାଳକ ପରିବାରକୁ ସ୍ବାସ୍ଥ୍ୟ, ଶିକ୍ଷା ଆଦି ଯୋଗାଇ ଦେବା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel