ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ, ବାଲିମେଳା ରାସ୍ତା ଅବରୋଧ

କୋରୁକୋଣ୍ଡା, ୧୬।୧୦ (ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି ବାଲିମେଳା ରାସ୍ତାକୁ କୋରୁକୋଣ୍ଡାଠାରେ ଅବରୋଧ କରିଛନ୍ତି ଉତ୍ତେଜିତ ଚାଷୀ । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ ମିଳୁଥିବା ଧାନ ବିକ୍ରି ଟାର୍ଗେଟ କମିବା ସହ ଜଳକର ପୈଠ କରିବା ପରେ ମଧ୍ୟ ଜମିକୁ ଜଳ ଯୋଗାଇ ନ ଦେବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। କୋରୁକୋଣ୍ଡା ଲ୍ୟାମ୍ପ ଅନ୍ତର୍ଗତ
୮୮୬ ଜଣ ଚାଷୀଙ୍କୁ ଟୋକନ ନ ମିଳିବାରୁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଏସବୁ ସମସ୍ୟାର ସମାଧାନ ନ ହେବାରୁ ଚାଷୀ ସେମାବାର ସକାଳୁ କୋରୁକୋଣ୍ଡାଠାରେ ଧାନ ବସ୍ତା ଥୋଇ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଛି। ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା।