ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ପକ୍ଷରୁ ବିଶାଳ ସମାବେଶ: କାର୍ଯ୍ୟ ପାଇଁ ଆବେଦନ କଲେ ୪ ଶହ ଶ୍ରମିକ

କର୍ଲାମୁଣ୍ଡା,୬।୬(ଡି.ଏନ.ଏ.): ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ଇନଫ୍ରାଷ୍ଟ୍ରକଚର୍‌ ୱାର୍କର କଳାହାଣ୍ଡି ଶାଖା ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ୧୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କର୍ଲାମୁଣ୍ଡା ବିଡିଓଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଶତାଧିକ ଶ୍ରମିକ କର୍ଲାମୁଣ୍ଡା ସଦର ନିକଟସ୍ଥ ଚିନାବାଡି ଅଡଚାଟରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ । ସେଠାରେ ଏକ ସଭା କରି ଶ୍ରମିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉପରେ ରାଜ୍ୟ ସମ୍ପାଦକ ବିରଞ୍ଚତ୍ ବିଶ୍ୱାଳ, ଜିଲା ସଭାପତି ଚୈତନ୍ୟ ସାହୁ, କୃଷକ କଲ୍ୟାଣ ମଞ୍ଚ ସଭାପତି ନରୋତ୍ତମ ସେଲମା, ବ୍ଲକ ଜାଗରଣ ମଞ୍ଚ ସଭାପତି ପ୍ରଦୀପ କୁମାର ସାହୁ, ଜିଲା ଭିନ୍ନକ୍ଷମ ସଭାପତି ସୁରେଶ ଚୌଧୁରୀ ଆଲୋକପାତ କରି କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ଶ୍ରମିକମାନଙ୍କୁ ବର୍ଷ ତମାମ କାମ ଯୋଗାଇ ଦିଆଯିବା, ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରୁଥିବା ଶ୍ରମିକମାନଙ୍କୁ ସପ୍ତାହ ଭିତରେ ମଜୁରୀ ପ୍ରଦାନକୁ ନିଶ୍ଚିତ କରାଯିବା, ଭିନ୍ନକ୍ଷମ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବା, ପ୍ରାକୃତିକ ସମ୍ବଳ ବିନିଯୋଗ ମାମରେ ପ୍ରକଳ୍ପ ମଞ୍ଜୁରୀ କରାଯାଇ, ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବା, ଏମ୍‌ଜିଏନ୍‌ଆରଇଜିଏସ୍‌ରେ କୁଟୀର ଶିଳ୍ପ ସୃଷ୍ଟି କରାଯିବା, ଦାଦନ ଶ୍ରମିକ ଚିହ୍ନଟ ଓ ପଞ୍ଚାୟତସ୍ତରରେ ପଞ୍ଜୀକୃତ ବ୍ୟବସ୍ଥା କରାଯିବା, ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବିବାହ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା, ମାଟିଘର ଥିବା ଶ୍ରମିକମାନଙ୍କୁ ପକ୍କାଘର ଦିଆଯିବା, ଭୂମୀହୀନ ଶ୍ରମିକମାନଙ୍କୁ ଘରଡିହ ଯୋଗାଇ ଦିଆଯିବା, ତାଲିମ ନେଇଥିବା ନିର୍ମାଣ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରମୁଖ ଦାବି ଗୁଡିକ ରହିଥିଲା। ଏହି ଅବସରରେ ବିଭିନ୍ନ ଗଁାରୁ ଆସିଥିବା ୪ ଶହ ଶ୍ରମିକ କାର୍ଯ୍ୟ ପାଇଁ ଆବେଦନ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଧର ସାହୁ, ହେମନ୍ତ ସାହୁ, ଗୁରେଖ ସାହୁ, ଦେବରାଜ ଚୌଧୁରୀ, ଭକ୍ତ ସାହୁ, ବିନୋଦ ସାହୁ, ହିରାମଣି ସାହୁ, ଜିବରଧନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଫଟୋ: