ବିଭିନ୍ନ ଦୋକାନ ବୁଲିଲେ ଯୋଗାଣ ନିରୀକ୍ଷକ: ଚଢାଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୮୩(ଡି.ଏନ.ଏ)- କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ବେଳେ ସମସ୍ତ ଗଁା, ବଜାର ଏବେ ଖାଁ ଖାଁ ଲାଗୁଛି। ଲୋକେ ବାରମ୍ବାର ଘରୁ ପଦାକୁ ନବାହାରିବାକୁ ସଚେତନ କରାଯାଉଥିବାବେଳେ ସକାଳ ୭ ରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ରାଶନ ଦୋକାନ ସହ ପନିପରିବା ଦୋକାନ ଆଦି ଖୋଲା ରହୁଛି। ହେଲେ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ କାଳେ ନିଅଣ୍ଟ ପଡ଼ିବ ଏବଂ ବାରମ୍ବାର ବଜାରକୁ ଦୌଡ଼ିଲେ ପୋଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ନେଇ ଆତଙ୍କିତ ହୋଇ ଆବଶ୍ୟକତା ଠାରୁ ଅଧିକା ରଶନ, ପନିପରିବା କିଣୁଛନ୍ତି। ଏହାର ଫାଇଦା ନେଇ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ବିକ୍ରୀ କରିବା ସହ ଆଗକୁ ଆହୁରି ଦର ବୃଦ୍ଧି ପାଇବା ଆଶଙ୍କା କରି ଗାଦାମରେ ଗଚ୍ଛିତ ରଖୁଥିବା ଖବର ପାଇ ଦାରିଙ୍ଗବାଡ଼ି ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରା ବ୍ଲକର ବିଭିନ୍ନ ଦୋକନ ଉପରେ ଚଢାଉ କରିବା ସହ ଯେଉଁମାନେ ଉଚ୍ଚା ଦରରେ ବିକ୍ରି କରି ଗ୍ରାହକଙ୍କୁ ଲୁଟୁଛନ୍ତି ସେମାନଙ୍କୁ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଖିଲାପକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏବଂ ଆଇଆଇସି କୌଶିକ ମାଝୀ ମଧ୍ୟ କଳାବଜାର ନ କରିବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦେଇସାରିଛନ୍ତି। କେତେଜଣ ବ୍ୟବସାୟୀ ବ୍ରହ୍ମପୁର ଯାଇ ରାସନ ସାମଗ୍ରୀ ନେଇ ପହଞ୍ଚତ୍ଛନ୍ତି। ସେହିପରି ବ୍ରାହ୍ମଣୀଗାଁରେ ମଧ୍ୟ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ସମସ୍ତ ବ୍ୟବସାୟୀଙ୍କୁ ଡାକି ସାଧାରଣ ଲୋକଙ୍କ ନିକଟରେ କିଭଳି ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦିଆଯାଇପରିବ ଏବଂ କଳାବଜାରି ନହେବ ସେନେଇ ଆଲୋଚନା କରିଛନ୍ତି।

Share