ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା

ସଜନାଗଡ଼, ୨୫।୧(ଡି.ଏନ.ଏ.)-ନୀଳଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ନୀଳଗିରି ଜେଲ୍‌ରୋଡ଼ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପ୍ରକଳ୍ପସ୍ତରୀୟ ପରିଚାଳନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ବୀରକିଶୋର ପାଣିଗ୍ରାହୀ, ଜିଲା ମଙ୍ଗଳ ଅଧିକାରୀ ରାଜୀବ ସାହୁ, ନୀଳଗିରି ବ୍ଲକ ଅଧ୍ୟକ୍ଷା ଜାନକୀ ସିଂ, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ନୀଳଗିରି ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ଗତ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନାରେ ହସ୍ତଗତ ହୋଇଥିବା ଅନୁଦାନ ଖର୍ଚ୍ଚର ବିବରଣୀ ସମ୍ପର୍କରେ ଆଲୋକପାତ କରିବା ସହ ଚଳିତ ଆର୍ଥିକ ବର୍ଷରେ ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତର ଥିବା ବିଦ୍ୟାଳୟଗୁଡିକର ଉନ୍ନୟନ କାର୍ଯ୍ୟକ୍ରମ, ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ, ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଯଥା-ପାଚେରି ନିର୍ମାଣ, ଶୌଚାଳୟ, ପାନୀୟଜଳ ଯୋଗାଣ, ରୋଷେଇ ଘର, ପକ୍କାରାସ୍ତା, ଡ୍ରେନ୍‌ ଆଦି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ପ୍ରସ୍ତାବ ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯିବାର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେବାଶ୍ରମ ଗୁଡ଼ିକରେ ଡ୍ରେନ ବ୍ୟବସ୍ଥା ନ ଥିବାର ଜିଲା ମଙ୍ଗଳ ଅଧିକାରୀ ରାଜୀବ କୁମାର ସାହୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକର ସମସ୍ତ ନିର୍ବାଚିତ ପ୍ରତିନିଧି, ବିଡ଼ିଓ ଅନୀତା ନାୟକ, ଏସିଏଫ୍‌ଓ ସମୀର କୁମାର ସାହୁ, ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକ୍‌, ସମସ୍ତ ବିଭାଗୀୟ ଅଧିକାରୀ ବୃନ୍ଦ, ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Share