ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ ମନମୁଖୀ ଶାସନ, ଶ୍ରମିକ ମାରଣ ନୀତି, ଦୁର୍ବ୍ୟବହାର, ଶ୍ରମିକ ସଂଗଠନ ପ୍ରତି ବିରୋଧ ଆଚରଣ ପ୍ରତିବାଦରେ ଗୁରୁବାର କୋଠାବାଡ଼ି ଓ ଅନ୍ୟାନ୍ୟ ନିିର୍ମାଣ ମଜଦୂର ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ରିଲେ ଅନଶନ ଓ ଗଣଧାରଣା ଦିଆଯାଇଛି। ଫଳରେ ଅଧିକାରୀ ଓ କର୍ମଚାରୀ ବାହାରକୁ ଆସିପାରୁ ନାହାନ୍ତି । ଏଥିରେ ଶିବସେନା, ଓଡ଼ିଶା ଶ୍ରମିକ ସଂଘ, ଛତ୍ରପୁରର ଗଞ୍ଜାମ ଜିଲା ହରିଜନ କଲ୍ୟାଣ ସମିତି ସହଯୋଗ କରୁଛନ୍ତି।