Categories: ଜାତୀୟ

ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କ ଭୂମିକା ହ୍ରାସ କଲେ ପଶ୍ଚିମବଙ୍ଗ ସରକାର

କୋଲକତା,୧୧।୧୨: ପଶ୍ଚିମବଙ୍ଗ ସରକାର ନୂଆ ନିୟମ ଆଣି ରାଜ୍ୟପାଳ ଧନଖରଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କ ଭୂମିକା ହ୍ରସେ କରିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜି ଏକ ବିଜ୍ଞପ୍ତି ଜାରି କରି କୁଳପତି ବାଛିବାରେ କୁଳାଧିପତିଙ୍କ ଭୂମିକା ମଧ୍ୟ ହ୍ରାସ କରିଛନ୍ତି। ବିଶ୍ୱବିଦ୍ୟାଳୟର ଉଚ୍ଚପଦସ୍ଥଙ୍କ ବୈଠକ ଡାକିବା କ୍ଷମତା ମଧ୍ୟ ଆଉ ନାହିଁ। ଏପରିକି ସେ କୁଳପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ। ଗତ ଜୁଲାଇ ୩୦ରେ ଧନଖର୍‌ ଦାୟିତ୍ୱ ନେବା ପରଠାରୁ ହିଁ ସ୍ଥାନୀୟ ସରକାର ଏବଂ ରାଜ୍ୟପାଳଙ୍କ ତର୍କ ଚାଲିଛି।

Share