ବିଭିନ୍ନ ରୋଗରୁ ବି ଦୂରେଇ ରଖେ କାନଫୁଲ…

କାନଫୁଲ ସୌନ୍ଦର୍ଯ୍ୟ ବଢାଇବା ସହିତ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୁଏ। ଆର୍ୟୁବେଦରେ କୁହାଯାଇଛି, ମହିଳାମାନଙ୍କ କର୍ଣ୍ଣବେଧ ଓ କାନରେ ସୁନା ଲଗାଇବା ଫଳରେ ସେମାନଙ୍କର ମାସିକ ଧର୍ମ ଓ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ। ଏହା ଧୀଶକ୍ତି ବୃଦ୍ଧି ସହ ଆଖି, ଗଳା ଓ ନାଶାକୁ ପ୍ରଭାବିତ କରେ। ଆକ୍ୟୁପ୍ରେସର ଅନୁସାରେ କର୍ଣ୍ଣବେଧ କରାଯାଉଥିବା ସ୍ଥାନର ଅଧ ଇଞ୍ଚ ଉପରକୁ ଆକ୍ୟୁପ୍ରେସର ପଏଣ୍ଟ ରହିଛି, ଯାହା କି ନାକ, ଆଖି, ମେରୁଦଣ୍ଡ ଓ ଗଳା ସହ ସମ୍ପୃକ୍ତ। ଚାଇନାର ପ୍ରାଚୀନ ସଭ୍ୟତାରେ କର୍ଣ୍ଣବେଧ ପରମ୍ପରା ରହିଥିଲା। ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ସୁନା କାନଫୁଲ ପିନ୍ଧିଲେ ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ। ସେହିପରି ରୁପା କାନଫୁଲ ମନରେ ଆଣିଥାଏ ସଞ୍ଜମତା। କାନଫୁଲରେ ମାଣିକର ବ୍ୟବହାର ଦ୍ୱାରା ମାସିକ ଚକ୍ରଜନିତ ସମସ୍ୟା ଦୂର ହେଉଥିବା ବେଳେ ପାନ୍ନାର ବ୍ୟବହାର କଲେ ଏହା ଗର୍ଭପାତରୁ ସୁରକ୍ଷା ଦେଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

Share