ବିଭିନ୍ନ ରୋଗ ନାଶ କରେ କଞ୍ଚାଲଙ୍କା

କଞ୍ଚାଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଖାଲି ଏତିକି ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।  ଜାଣନ୍ତୁ ଏ ସମ୍ପର୍କରେ…
ଭିଟାମିନ୍‌ରେ ଭରପୂର କଞ୍ଚାଲଙ୍କା ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଭିଟାମିନ ‘ଏ’, ଭିଟାମିନ ବି-୬ ଏବଂ ଭିଟାମିନ ‘ସି’ ପ୍ରଚୁର ମାତ୍ରାରେ ରହିଛି। ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ରାତିରେ ଶୋଇବାବେଳେ ୪/୫ଟି କଞ୍ଚା ଲଙ୍କା କାଟି ଗୋଟିଏ ଗ୍ଲାସ ପାଣିରେ ଭିଜାଇ ସକାଳୁ ଏହି ପାଣିକୁ ଛାଣି ପିଇଲେ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ। ଏହା ବିଭିନ୍ନ ରୋଗ ନାଶ କରିଥାଏ। କଞ୍ଚାଲଙ୍କା ଖାଇଲେ ପାଚନ ପ୍ରକ୍ରିୟା ଠିକ୍‌ ଭାବେ ହୋଇଥାଏ। କଞ୍ଚାଲଙ୍କାରେ ପ୍ରଚୁରମାତ୍ରାରେ ଫାଇବର ଥିବାରୁ ସହଜରେ ଖାଦ୍ୟ ହଜମ ହୋଇଥାଏ। କଞ୍ଚାଲଙ୍କାରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ରହିଛି। କଞ୍ଚାଲଙ୍କା ଖାଇବା ଦ୍ବାରା ଆଖି ଏବଂ ତ୍ୱଚା ଭଲ ରହିିଥାଏ। ପେଟ ସମ୍ବନ୍ଧୀୟ ନାନା ରୋଗ ଭଲ ହୋଇଥାଏ।