ତିହିଡ଼ି,୮।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସିପିଏମ୍ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ତିହିଡ଼ି ବଜାର ପରିକ୍ରମା କରି ଦୋକାନ ବଜାର ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ। ଏଥିସହିତ ତିହିଡ଼ି ବଜାରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ ସଭାପତି ବିଷ୍ଣୁ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ପ୍ରଫୁଲ୍ଲ ପାଢ଼ୀ, ନାରାୟଣ ଦାଶ, ନିର୍ମଳ ଦଳାଇ, ଗୟାଧର ସେଠୀ, ଦାମୋଦର ସେନାପତି, ଦିଲ୍ଲୀପ ନାଥ,ପୀତାମ୍ବର ମଳିକ ପ୍ରମୁଖ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ବକ୍ତବ୍ୟ ରଖିଥିଲେ।