ବିଭିନ୍ନ ସଂଗରୋଧ କେନ୍ଦ୍ର ବୁଲି ଦେଖିଲେ କଟକ ଜିଲାପାଳ: ପରିମଳ ବ୍ୟବସ୍ଥା ନେଇ ପ୍ରକାଶ କଲେ ଅସନ୍ତୋଷ

ଚୌଦାର,୪l୬(ଡି. ଏନ୍‌.ଏ): କଟକ ଜିଲା ଚୌଦ୍ୱାର ପୌରପାଳିକା ଓ ବିଭିନ୍ନ ପଞ୍ଚାୟତରେ କରାଯାଇଥିବା ସଂଗରୋଧ କେନ୍ଦ୍ରକୁ ସୋମବାର କଟକ ଜିଲାପାଳ ଭବାନୀଶଙ୍କର ଚଇନି ପରିଦର୍ଶନ କରିଛନ୍ତି। ପୌରପାଳିକା ତରଫରୁ ଗାନ୍ଧି ଛକ, ଚୌଦ୍ୱାର ମହାବିଦ୍ୟାଳୟ ମହିଳା ଛାତ୍ରୀନିବାସରେ ପ୍ରବାସୀ ଓଡ଼ିଆଙ୍କ ପାଇଁଁ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରର ସ୍ଥିତି ପରଖିଥିଲେ। ପରେ ପଞ୍ଚାୟତଗୁଡିକରେ ହୋଇଥିବା କେନ୍ଦ୍ର ବୁଲି ଦେଖିଥିଲେ। ପୌରପାଳିକାରେ ହୋଇଥିବା କେନ୍ଦ୍ରଗୁଡିକରେ ପରିମଳ ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଶୁଭ୍ରାଂଶୁ ଶେଖର ମିଶ୍ର, ଜିଲା ମୂଖ୍ୟ ଚିକିତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ, ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ବିଡିଓ ବିନୋଦ ସେନାପତି, ଅତିରିକ୍ତ ତହସିଲଦାର ପ୍ରଶନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪%...

କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ...

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ...

ବାଂଲାଦେଶରୁ ଆସିଥିବା ଜାହାଜରେ ସନ୍ଦିଗ୍ଧ ପାରା

ପାରାଦୀପ,୨୪।୧୨: ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା...

ରାସ୍ତା ନିର୍ମାଣକୁ ନେଇ ଭାଜପା-କଂଗ୍ରେସ ମୁହାଁମୁହିଁ

ତିହିଡି, ୨୪।୧୨(ସଞ୍ଜିତ ବଳ): ତିହିଡି ବ୍ଲକ ଭଟପଡା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ ମଙ୍ଗଳବାର ଏକ ରାସ୍ତା ନିର୍ମାଣକୁ ନେଇ ଭାଜପା ଓ କଂଗେସ କର୍ମୀ...

କାମ କରିବାକୁ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା,୨୪।୧୨(ବୀର କିଶୋର ଦାଶ): ଚଣ୍ଡିଖୋଲ ନିକଟସ୍ଥ ମାଙ୍କଡପାଳ ଗ୍ରାମକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ମହିଳାଙ୍କ ରବିବାର ସନ୍ଦେହ ଜନକ ଭାବେ ମୃତ୍ୟୁ...

ଦିନକ ପରେ ବଡଦିନ: ନିରାଶ କରୁଛି ବର୍ଷା 

ଦାରିଙ୍ଗବାଡି,୨୪/୧୨( ଅରୁଣ ସାହୁ)-ବଡଦିନ ପାଇଁ ଚାରିଆଡେ ଉତ୍ସବମୁଖର। ଏହି ସମୟରେ ଦାରିଙ୍ଗବାଡି ବର୍ଷାରେ ଭିଜିଛି। ଲଘୁଚାପଜନିତ ପ୍ରଭାବରେ ସୋମବାର ବିଳମ୍ବିତ ରାତିରେ ବର୍ଷା ହୋଇଥିବା ବେଳେ...

ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ

ଛତ୍ରପୁର,୨୪ା୧୨ (ଦିଲୀପ ସାମଲ):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ୧୧ ଜଣ ଦାଦନ ଶ୍ରମିକ ପେଟ ପୋଷିବା ପାଇଁ ସୁଦୂର ମାଳଦ୍ୱୀପକୁ ଯାଇ ସେଠାରେ ଫସିି ରହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri