Advertisement

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ । ଏହା ଡାଇବେଟିସ୍‌ ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ପାଣି ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରିତ କରିଥାଏ। ବ୍ଲଡ଼ ପ୍ରେସର ଏହା ସ୍ବାଭାବିକ କରିଥାଏ। ଏହାକୁ ଖାଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ୨ଟି ଖଜୁରୀକୁ ରାତିରେ ପାଣିରେ ଭିଜାଇ ସକାଳେ ଏହି ପାଣି ପିଇଲେ ପିଇଲେ ଶରୀରର କୋଲେଷ୍ଟରଲସ୍ତରକୁ କମ୍‌ ହୋଇ ହାର୍ଟଆଟାକ୍‌ରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ପୋଟାସିୟମ ଓ ସୋଡ଼ିୟମ ଶରୀରର ସ୍ନାୟୁ କୋଷିକା ପାଇଁ ଲାଭ ଦାୟକ ହୋଇଥାଏ । ପେଟରେ ହେଉଥିବା କର୍କଟ ସମସ୍ୟାକୁ ଏହା ଦୂର କରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share