ବିଭିନ୍ନ ସମସ୍ୟା ନେଇ କୁଚିଣ୍ଡା ବିଧାୟକଙ୍କୁ ଦାବିପତ୍ର

ଜମନକିରା,୧୬।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ଯୁବ ସଚେତନ ନାଗରିକ ସଂଘର କର୍ମକର୍ତ୍ତା ବିଭିନ୍ନ ସମସ୍ୟା ନେଇ ଗୁରୁବାର କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ସାପ୍ତାହିକୀ ବଜାରରେ ପାନୀୟଜଳ ବ୍ୟବସ୍ଥା, ଗୋଟିଲ ମିନି ପାର୍କ ଓ ପ୍ରାଥମିକ ଡାକ୍ତରଖାନାରେ ଅଧିକ ଡାକ୍ତର ନିଯୁକ୍ତି ସହ ଉନ୍ନତୀକରଣ ଦିଗରେ ପଦକ୍ଷେପ ନେବା ପାଇଁ ଦାବିପତ୍ରରେ ଉଲ୍ଲେଖ ଥିବା ଜଣାପଡ଼ିଛି। ଏ ନେଇ ବିଧାୟକ ନାୟକ କହିଥିଲେ ଯେ, ତାଙ୍କ ଦ୍ୱାରା ଯେତିକି ସମ୍ଭବ ହେବ ସମସ୍ୟା ସମାଧାନ କରିବେ। ଏଥିରେ ସଂଘର ସଭାପତି ଅବ୍‌ଦୁଲ ହାମ୍‌ଜା, ସମ୍ପାଦକ ଗୋପାଲ ଦେବନାଥ, ସାଗର ଗୁପ୍ତା, ହିମାଂଶୁ ଜୟପୁରିଆ, ଶିବା ବାଘ ପ୍ରମୁଖ ଉପସ୍ଥିତ ଥିଲେ।

Share