Categories: ବାଣିଜ୍ୟ

ବିଭିନ୍ନ ସହରରେ ସ୍ପଟ୍‌ ଗୋଲ୍ଡ ମାର୍କେଟ ବନ୍ଦ

ନୂଆଦିଲ୍ଲୀ,୨୪-୩: ଦେଶର ପ୍ରମୁଖ ସହରଗୁଡିକରେ କରୋନା ଜନିତ ଲକ୍‌ଡାଉନ ଯୋଗୁ ସ୍ପଟ୍‌ ଗୋଲ୍ଡ ମାର୍କେଟ ସୋମବାର ବନ୍ଦ ରହିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂନଚା ଦିଆଯାଇଛି। ଏହି ସମୟରେ ସୁନା ଦର ପ୍ରାୟ ୪୦,୩୩୦ ଟଙ୍କା ରହିଛି। ଦିନ ମଧ୍ୟରେ ଟଙ୍କା ମୂଲ୍ୟରେ ବୃହତ୍ତ ପରିମାଣର ହ୍ରାସ ପରିଲକ୍ଷିତ ହୋଇଥିବା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିର ସିନିୟର ଆନାଲିଷ୍ଟ ତପନ ପଟେଲ କହିଛନ୍ତି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଫ୍ଲାଟ ୧୪୯୩ ଡଲାର ରହିଥିବା ବେଳେ ରୁପାଦର ୧୨.୫୮ ଡଲାର ପ୍ରତି ଆଉନ୍ସ ରହିଛି।

Share