ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ମାତ୍ର ଏହି ସମୟରେ ବାଇକ୍‌ ଚଳାଇବାକୁ ବାରଣ କରାଯାଉଥିବା ବେଳେ ଅମାନିଆମାନେ ଏହାକୁ ମାନୁ ନାହାନ୍ତି। ଅଯଥାରେ ବାଇକ ଧରି ବାହାରେ ବୁଲୁଛନ୍ତି। ଏ ନେଇ ମଙ୍ଗଳବାର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ସନାତନ ସାହୁଙ୍କ ତତ୍ତ୍ୱାବଧାନରେ ଭଣ୍ଡାରିପୋଖରୀ ଓ ମଞ୍ଜୁରୀରୋଡ ବଜ଼ାର ସମେତ ବିଭିନ୍ନ ଗ୍ରାମ ରାସ୍ତାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ୧୪ଟି ଗାଡ଼ି ଜବତ ହୋଇଥିବା ବେଳେ ୩୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିମଧ୍ୟରେ ୧୩ଟି ବାଇକ ଓ ୧ ଚାରି ଚକିଆ ଯାନ ରହିଥିବା ଜଣାପଡ଼ିଛି।