ବିଭିନ୍ନ ସ୍ଥାନରେ ଫୁଟିଲା ପାରିଜାତ

ବାଲେଶ୍ୱର ଅଫିସ,୩୦।୪- ବାଲେଶ୍ୱର ଜିଲା ଟାଉନ ଥାନା ଅଧୀନ ଗୋପାଳଗାଁସ୍ଥିତ ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କ ପୁଷ୍ପ ଉଦ୍ୟାନରେ ପାରିଜାତ ଫୁଲ ଫୁଟିଛି। ସହଦେବଖୁଣ୍ଟା ମଡ଼େଲ ଥାନା ବାଲିଆ ଅଞ୍ଚଳର ଆଇନଜୀବୀ ଶାନ୍ତନୁ ରାଉତଙ୍କ ବାଡ଼ିରେ ଓ ଇମାମୀ ଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ ଏହି ଫୁଲ ଫୁଟିଛି। ୪ବର୍ଷ ବ୍ୟବଧାନରେ ଏହି ଫୁଲ ଫୁଟିଥିବାରୁ ସ୍ଥାନୀୟ ଲୋକେ ଦେଖିବାକୁ ଆସିବା ସହ ଗହଳି ଜମାଇଥିଲେ।