ବିଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣା, ୫ ଆହତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଗୁମାନସିଂ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ପ୍ରଧାନ,ନଇମୀ ନାୟକ, ପଦ୍ମନ ଦଣ୍ଡସେନା, ନଇବ ଦିଗାଳ। ଉକ୍ତ ବ୍ଲକ ପରପଙ୍କା ଗ୍ରାମର ଗୁମାନସିଂ, ପୁର୍ଣ୍ଣଚନ୍ଦ୍ର ଏକ ବାଇକ୍‌ରେ ଦ୍ରୁତଗତିରେ ଯାଉଥିତ୍ବାବେଳେ ଦାରିଙ୍ଗବାଡ଼ି ବଜାରରେ ଦୁର୍ଘଟଣା ଘଟାଇଥିତ୍ଲେ। ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେହିପରି କିରିକୁଟି ଅଞ୍ଚଳରୁ ପଦ୍ମନ ବାଇକ୍‌ରେ ଆସି ସିମନବାଡ଼ିର ସାରୁମାହା ଅଞ୍ଚଳରେ ନଇମୀଙ୍କୁ ଧକ୍କା ଦେଇଥିଲେ। ନଇମୀଙ୍କୁ ପ୍ରଥମେ ସିମନବାଡ଼ି ଓ ପରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପଦ୍ମନ ମଧ୍ୟ ସାମନ୍ୟ ଆହତ ହୋଇଥିଲେ। ସେହିପରି କୁକୁର ପଶିଯିବାରୁ ଭିନ୍ନ ଭିନ୍ନ ୨ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଗୋଟିଏ ବାଇକ୍‌ ଚାଳକ ନଇବ ଆହତ ହୋଇଛନ୍ତି। ଅନ୍ୟ ଆହତଙ୍କ ପରିଚୟ ମିଳିପାରିନାହିଁ।