ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ: ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ

କର୍ଲାମୁଣ୍ଡା,୫।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରାବାହାଲି ଅର୍ଟଚାର୍ଟଠାରେ ସେବା ଜଗତ ସଂସ୍ଥା ପକ୍ଷରୁ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାଏକ, ସୁନୀତା ତାଣ୍ଡି, ଟଙ୍କଧର ବଗର୍ତ୍ତୀ, ଆଦିବାସୀ ନେତା ଧନସିଂ ମାଝି, ଫରେଷ୍ଟର ସତ୍ୟଭାମା ନାଗ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସେହିପରି ବିଜାପାର୍ଟି ଗଁାଠାରେ ଇଣ୍ଡୋଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରେଗେଡା ନାଏବ ସରପଞ୍ଚ ଗୌରୀ ଦୀପ, ସଂସ୍ଥା କର୍ମୀ ଜଗଦିଶ ରଣା, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ କହିଥିଲେ।