ବିଭିନ୍ନ ସ୍ଥାନରେ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଧର୍ମଶାଳା,୧୦ା୧୧(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଲମାନ ଭାଇମାନେ ଏକତ୍ରିତ ହୋଇ ତାଜିଆ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଧର୍ମଶାଳା ବଜାର ସମେତ ଚୋରମୁହାଁ, ଚହଟା, ବଡ଼ମଙ୍ଗଳପୁର, କାଏମା, ତରାପୁର, ନେଉଳୁପୁର ଓ ବ୍ରହ୍ମବରଦାଠାରେ ମସ୍‌ଜିଦ୍‌ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ମଜାର ପଡିଆଠାରେ ସମବେତ ହୋଇଥିଲେ। ମହାପୁରୁଷ ମହମ୍ମଦଙ୍କ ଜନ୍ମଦିବସକୁ ମୁସଲମାନ ଭାଇମାନେ ଆନନ୍ଦ ଉତ୍ସାହର ସହ ପାଳନ କରିଥିବା ବେଳେ ତାଙ୍କର ବାଣୀର ପ୍ରଚାର ପ୍ରସାର କରିବା ଏହି ପର୍ବର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ। ଧର୍ମଶାଳା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।