ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ନୂଆ ଶୁଟିଂ ନ ହୋଇ ପାରିବାରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ରାମାୟଣର ପୁଣିଥରେ ପ୍ରସାରଣ କରାଯାଉଛି। ରାମାୟଣରେ ବିଭୀଷଣ ଚରିତ୍ରକୁ ଦେଖି କଂଗ୍ରେସ ସଦସ୍ୟଙ୍କର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଥା ମନେ ପଡୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ଜ୍ୟୋତିରାଦିତ୍ୟଙ୍କର ଭଲ ସମ୍ପର୍କ ଥିଲା। ବେଳେବେଳେ ସେମାନଙ୍କ ସହିତ ହସମଜା ମଧ୍ୟ ଜ୍ୟୋତିରାଦିତ୍ୟ କରୁଥିଲେ। ତେବେ ମଧ୍ୟପ୍ରଦେଶରେ ତାଙ୍କ ଯୋଗୁ କଂଗ୍ରେସର ଯେଭଳି ସ୍ଥିତି ସୃଷ୍ଟି ହୋଇଛି ତାହା ଦଳ ସବୁବେଳେ ମନେ ରଖିବ ବୋଲି କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।