ବିଭୁ ରାଉତରାୟ ହାଇକୋର୍ଟ ବିଚାରପତି ନିଯୁକ୍ତ: ଆଜି ନେବେ ଶପଥ

କଟକ ଅଫିସ, ୮-୧୧:ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ବ୍ରହ୍ମପୁର ଜିଲା ଦୌରାଜଜ୍‌ ଥିବା ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ତାଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ଅପରାହ୍ନ ୨ଟାରେ ହାଇକୋର୍ଟ ପୁରୁଣା ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ସୂଚନା ମିଳିଛି। ଗତ ଅକ୍ଟୋବର ୩ରେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ବିଭୁ ପ୍ରସାଦ ରାଉତରାୟ ଏବଂ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନାମ ଓଡିଶା ହାଇକୋର୍ଟ ଜଜ୍‌ ଭାବେ ସୁପାରିସ କରିଥିଲେ। ଉଭୟଙ୍କ ନାମକୁ କଲେଜିୟମ୍‌ କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ମାତ୍ର କେନ୍ଦ୍ର ସରକାର ବିଭୁପ୍ରସାଦଙ୍କ ନାମକୁ ଅନୁମୋଦନ କରିଛନ୍ତି। ବିଭୁପ୍ରସାଦଙ୍କ ନିଯୁକ୍ତି ଫଳରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚତ୍ବ। ତେବେ ଆସନ୍ତା ୧୨ରେ ବିଚାରପତି ଡ. ଅକ୍ଷୟ ରଥ ଅବସର ନେବେ। ସେତେବେଳେ ପୁନର୍ବାର ବିଚାରପତିଙ୍କ ସଂଖ୍ୟା ୧୪ ରହିବ।

Share