ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ପରଜଙ୍ଗ,୧୮ା୪(.) : ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ପାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବାଇକ ରାଲିରେ ଯାଇ ମାରାଥନ ପ୍ରଚାର କରିଛନ୍ତି । ସେ ଗୁରୁବାର ପୂର୍ବାହ୍ନରେ ବଡ଼ଝରା ହାଇସ୍କୁଲ  ଖେଳପଡିଆରେ  ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ପରେ  ଏକ ବିଶାଳ ବାଇକ ରାଲିରେ ଯୋଗ ଦେଇ ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଓ ଏମ୍‌ପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ପାଇଁ ମାରାଥନ ପ୍ରଚାର କରିଥିଲେ।  ଏହି ବାଇକ ରାଲି ପ୍ରଥମେ ବଡ଼ଝରା ପରେ ମୁକ୍ତାପଶି ଗ୍ରାମରେ ହୋଇଥିଲା। ଏହି ରାଲିରେ ହଜାର ହଜାର  କର୍ମୀଙ୍କ ସହ ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ, ଏମ୍‌ପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ସମେତ ଜିଲାପରିଷଦ ସଭ୍ୟ ରଞ୍ଜନ ପଣ୍ଡା, ଶରତ ଚନ୍ଦ୍ର ସାହୁ, ଜିଲା କୃଷକ ମୋର୍ଚ୍ଚା ସଭାପତି ଦୟାନିଧି ସାହୁ, ଜିଲା ଉପସଭାପତି ସୁଶାନ୍ତ ଦଳବେହେରା, ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ରବି ଜେନା, ଦୁର୍ଗା ନାୟକ, ବିଧାନସଭା ପ୍ରଭାରୀ ପ୍ରେମାନନ୍ଦ ଜେନା, ଦଳ ମୁଖପାତ୍ର ଦୁର୍ଗାପ୍ରସାଦ ସାହୁ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ଦଳବେହେରା, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଦୀପକ ଗୋଛାୟତ,ପରଜଙ୍ଗ ଯୁବମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ,ବରିଷ୍ଠ ନେତା ଲଷ୍ମୀଧର ସାହୁ   ପ୍ରମୁଖ ଉପସ୍ଥିତ ଥିଲେ। ବାଇକ ରାଲି ସହ ବିଭିନ୍ନ ସ୍ଥାନରେ ସଭା ଅନୁଷ୍ଠିତ ହୋଇଥିଲା ।