ବିଭୂତି ପ୍ରଧାନ ୮୨ ଖଣ୍ଡ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ବିଜେଡି-ଭାଜପା ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି। ୩୩ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ମାତ୍ର ୮୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେ ୭୩୯୯୭ ଭୋଟ ପାଇଛନ୍ତି। ତାଙ୍କ ପଛକୁ ବିଜେଡିର ଡା. ନୃସିଂହ ଚରଣ ସାହୁ ୭୩୯୧୫ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଂଗ୍ରେସର ଯଶସ୍ବିନୀ ରାଉତ ୬୫୩୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।