Categories: ଜାତୀୟ

ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌: ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୧।୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଚ୍‌ ଜବତ ହେବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ୩ ନମ୍ବର ଟର୍ମିନାଲରେ ବ୍ୟାଗ୍‌ଟି ମିଳିବା ପରେ ବୋମା ଚିହ୍ନଟକାରୀ ଦଳ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ବିମାନ ବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ସନ୍ଦିଗ୍ଧ ବ୍ୟାଗ୍‌ଟି କେଉଁଠୁ ଆସିଲା ତାହା ପୋଲିସ ଏବେ ତଦନ୍ତ କରୁଛି।

Share