ବିମାନବନ୍ଦର ରି-କାର୍ପେଟିଂ ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଦେବାକୁ ଚିଠି

ଭୁବନେଶ୍ୱର, ୬ା୬(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରି-କାର୍ପେଟିଂ ବିଳମ୍ବ ହୋଇଛି। ତେଣୁ ବିଳମ୍ବର କାରଣ ଓ ବର୍ତ୍ତମାନ ସ୍ଥିିତି କ’ଣ ରହିଛି ସେ ନେଇ ରିପୋର୍ଟ ଦେବା ପାଇଁ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାର କହିଛନ୍ତି। ଏନେଇ ଶୁକ୍ରବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ, ଏନେଇ ମାର୍ଚ୍ଚ ୧୮ରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା।

Share