ମିଆମି, ୧୨।୩: ପ୍ରେମ ପାଇଁ ପ୍ରେମିକା ପ୍ରେମିକ ନାନା ପ୍ରକାର କାମ କରିବାକୁ ପଛାଇ ନ ଥାନ୍ତି। ଏବେ ଜଣେ ଯୁବକ ଗର୍ଲଫ୍ରେଣ୍ଡଙ୍କୁ ନିଆରା ଢ଼ଙ୍ଗରେ ପ୍ରପୋଜ୍ କରିଛନ୍ତି। ତାଙ୍କ ପ୍ରପୋଜ୍ କରିବା ଶୈଳୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫ୍ଲୋରିଡ଼ାରେ ବାସ କରୁଥିବା ଯୁବକ ବ୍ଲେକ୍ ମିଲର ତାଙ୍କ ଗର୍ଲଫ୍ରେଣ୍ଡ ଲୋଂରାଙ୍କୁ ପ୍ରପୋଜ୍ କରିବା ପାଇଁ ବିମାନରୁ ଡେଇଁ ପଡ଼ିଥିଲେ। ପ୍ରକୃତ କଥା ହେଉଛି ଉଭୟେ ସ୍କାଏ ଡାଇଭର। ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଭଲପାଇବା ରହିଥିଲା। ଶେଷରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ପ୍ରପୋଜ୍କୁ ସ୍ମୃତି ବହୁଳ କରିବା ଲାଗି ଉଭୟେ ବିମାନରୁ ଡେଇଁ ମଝି ଆକାଶରେ ପହଞ୍ଚିଥିଲେ। ମିଲର ଲୋଂରାଙ୍କୁ ମତେ ବିବାହ କରିବ କି ବୋଲି ପ୍ରଶ୍ନ କରିଥିଲେ। ଲୋଂରା ଏଥିରେ ନିଜର ସମ୍ମତି ପ୍ରକାଶ କରିଥିଲେ।