Categories: ଜାତୀୟ

ବିମାନରେ ପ୍ରଜ୍ଞା ସିଂ ଠାକୁରଙ୍କ ଉପରେ ରାଗିଲେ ଯାତ୍ରୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଚର୍ଚ୍ଚାରେ। ଏଥର ମଧ୍ୟ ସେ ପୁଣିଥରେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ନିକଟରେ ସ୍ପାଇସ ଜେଟ୍‌ରେ ଯାତ୍ରା କରୁଥିବା ସମୟରେ ସିଟ୍‌କୁ ନେଇ ସେ ଯାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଜଣେ ଯାତ୍ରୀ ପ୍ରଜ୍ଞାଙ୍କୁ କହିଛନ୍ତି ସିଟ୍‌କୁ ନେଇ ଆପଣ ଯେଭଳି ବ୍ୟବହାର କରୁଛନ୍ତି ସେଥିରେ ଆପଣଙ୍କୁ ଲଜ୍ୟା ଲାଗିବା କଥା। ସୂଚନାଯୋଗ୍ୟ, ନିକଟରେ ପ୍ରଜ୍ଞା ସ୍ପାଇସ ଜେଟ୍‌ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ୧ଏ ସିଟ୍‌ ଦରକାର ବୋଲି କହିଥିଲେ। କାରଣ ତାଙ୍କର ସ୍ପାଇନାଲ କର୍ଡରେ ଅସୁବିଧା ଥିବାରୁ ସେ ୧ଏ ସିଟ୍‌ ପାଇଁ ଅଧିକ ଟଙ୍କା ଦେଇଥିବା କହି ବିମାନ କର୍ମଚାରୀଙ୍କ ସହ ଯୁକ୍ତ କରିଥିଲେ। ଯାହା ପରେ ବିବାଦୀୟ ହୋଇ ପଡିଥିଲା।

Share