Categories: ଜାତୀୟ

ବିମାନରେ ଯାତ୍ରା କରିବା ସମୟରେ ବ୍ୟବହାର କରିପାରିବେ ଫେସବୁକ୍‌, ଟୁଇଟର

ନୂଆଦିଲ୍ଲୀ,୨।୩: ବିମାନ ଯାତ୍ରା ସମୟରେ ଏଣିକି ଯାତ୍ରୀଙ୍କୁ ମିଳିବ ଆଉ ଏକ ସୁବିଧା। ଏବେ ଯାତ୍ରୀମାନେ ବିମାନରେ ଫେସବୁକ, ଟୁଇଟର ଆଦି ବ୍ୟବହାର ପାରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏବେ ଯାତ୍ରୀଙ୍କୁ ଓ୍ବାଇ ଫାଇ ସୁବିଧା ଯୋଗାଇ ଦେବାକୁ ଏୟାରଲାଇନ୍ସ କମ୍ପାନୀ ଗୁଡିକୁ ଅନୁମତି ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଭାରତରେ ଉପଲବ୍ଧ ବିମାନ ସେବାରେ ଏହି ସୁବିଧା ଯୋଗାଣ ଦେବାକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ ଯେଉଁମାନେ ଯାତ୍ରା ସମୟରେ ଲ୍ୟାପଟପ, ସ୍ମାର୍ଟଫୋନ୍‌, ଟେବଲେଟ, ସ୍ମାର୍ଟଓ୍ବାଚ, ଇ-ରିଡର ଓ ଅନ୍ୟ ଉପକରଣ ଫ୍ଲାଇଟ୍‌ ମୋଡ ବା ଏୟାରପ୍ଲେନ ମୋଡରେ ରଖିଥିବେ ସେମାନଙ୍କୁ ପାଇଲଟ ବିମାନ ଯାତ୍ରା ସମୟରେ ଓ୍ବାଇ ଫାଇ ବ୍ୟବହାର କରିବାକୁ ଅନୁମତି ଦେଇପାରିବେ ବୋଲି କୁହାଯାଇଛି।

Share