Categories: ଫୁରସତ

ବିମାନରେ ସ୍ଲିପିଂ ପ୍ୟାଡ୍‌: ଆରାମରେ ଶୋଇ ଯାତ୍ରା କରିପାରିବେ ଯାତ୍ରୀ

ଅକଲ୍ୟାଣ୍ଡ୍‌: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଶୋଇବା ପାଇଁ ଏୟାର ନ୍ୟୁଜିଲାଣ୍ଡ ଇକୋନୋମି କ୍ଲାସରେ ସ୍ଲିପିଂ ପ୍ୟାଡ୍‌ ତିଆରି କରାଯାଇଛି। ଏହାର ନାମ ‘ସ୍କାଇନେଷ୍ଟ’ ଦିଆଯାଇଛି। ବୁଧବାର ବିମାନ କମ୍ପାନୀ ପେଣ୍ଟେଟ୍‌ ଏବଂ ଟ୍ରେଡ୍‌ମାର୍କ ପାଇଁ ଆବେଦନ କରାଯାଇଛି। ୩ ବର୍ଷ ଧରି ୨୦୦ ଗ୍ରାହକଙ୍କ ଉପରେ ପରୀକ୍ଷା କରାଯିବା ପରେ ଏହା ପ୍ରସ୍ତୁତ କରାଯାଉଛି।


ଏୟାର ନ୍ୟୁଜିଲ୍ୟାଣ୍ଡ୍‌ର ଘୋଷଣା ଅନୁଯାୟୀ, ବିମାନ ଇକୋନୋମି କ୍ୟାବିନ୍‌ରେ ୬ ଫୁଟ ଲମ୍ବର ଫ୍ଲାଟ୍‌ ସ୍ଲିପ୍‌ ପ୍ୟାଡ୍‌ (ଶୋଇବା ପାଇଁ ବେଡ୍‌) କରାଯିବ। ବିମାନ ଭିତର ସ୍କାଇନେଷ୍ଟ ବାସ୍ତବିକ ସ୍ଥ୍‌ିତି ପୂରା ହେବାକୁ ଆହୁରି ସମୟ ଲାଗିବ। ପ୍ରତ୍ୟେକ ବେଡ୍‌ ୬.୫ ଫୁଟ ଲମ୍ବ ଏବଂ ୧.୮ ଫୁଟ ଚଉଡ଼ା ରହିଛି। ଏହା ଭିତରେ ତକିଆ, ବେଡ୍‌ସିଟ୍‌, କମ୍ବଳ, ଏୟାର ପ୍ଲଗ୍‌ସ ଏବଂ ଏକ ସ୍କ୍ରିନ୍‌ ବା ପର୍ଦ୍ଦା ରହିବ। ଏହା ବ୍ୟତୀତ ବହି ପଢ଼ିବା ପାଇଁ ଲାଇଟ୍‌ ମଧ୍ୟ ଲଗାଯିବ। ଅକ୍ଟୋବରରୁ ବିମାନଯାତ୍ରୀଙ୍କୁ ଏହି ସେବା ଯୋଗାଇ ଦିଆଯିବ। ଗୋଟିଏ ବିମାନରେ ୬ଟି ବେଡ୍‌ ରହିବ। ଏ ସମ୍ପର୍କରେ ଏୟାରଲାଇନ୍‌ ଜେନେରାଲ ମ୍ୟାନେଜର ନିକ୍କି ଗୁଡ୍‌ମ୍ୟାନ୍‌ କୁହନ୍ତି, ଅଧିକ ଦୂର ଯାତ୍ରା କରୁଥିବା ବିମାନଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଫଳରେ ଯାତ୍ରୀମାନେ ଥକ୍କା ଅନୁଭବ ନ କରି ଆରାମରେ ଶୋଇ ଯାଇପାରିବେ। ଏହି ବେଡ୍‌ ପାଇଁ ଯାତ୍ରୀମାନଙ୍କୁ କେତେ ଟଙ୍କା ଅଧିକ ଦେବାକୁ ପଡ଼ିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share