Categories: ଜାତୀୟ

ବିମାନର ମଝି ସିଟ୍‌ରେ ବସି ଯାତ୍ରା କରିବା ମନା

ନୂଆଦିଲ୍ଲୀ,୧।୬: ଏଥର ବିମାନର ମଝି ସିଟ୍‌ରେ ବସି ଯାତ୍ରା କରିବାକୁ ବାରଣ କରାଯାଇଛି। ସୋମବାର ଡିଜିସିଏ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ବିଭିନ୍ନ ଏୟାର ଲାଇନ୍ସ କମ୍ପାନୀ ସହ କଥା ହେବା ପରେ ଡିଜିସିଏ ଏହା କହିଛି। ଯଦି କେହି ଯାତ୍ରୀ ମଝି ସିଟ୍‌ ନେବାକୁ ବାଧ୍ୟ କରନ୍ତି ତେବେ ସେ ମାସ୍କ ଓ ସୁରକ୍ଷା ଉପକରଣ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଢାଙ୍କି ହେବାକୁ ପଡିବ। କରୋନା ସଂକ୍ରମଣ ପାଇଁ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଉଥିବାରୁ ଏବେ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣକୁ ରୋକିବାକୁ ଏହା ପୂର୍ବରୁ ଅତିକମ୍‌ରେ ୬ ଫୁଟ ଦୂରତା ଜରୁରୀ ବୋଲି ମଧ୍ୟ କୁହାଯାଇଥିଲା।

Share