ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀ ମୃତ

ଶୋରାବକ,୩୧।୧୨: ଦକ୍ଷିଣ ପୂର୍ବ ଆଫଗାନିସ୍ତାନର କାନ୍ଦାହାରରେ ଥିବା ଶୋରାବକ ଜିଲାରେ ହୋଇଥିବା ପୃଥକ ପୃଥକ ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଫଗାନ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଥିଲା କି ଘନି ଓ ଘୋର ଅଞ୍ଚଳରେ ସେନା ଦ୍ୱାରା କରାଯାଇଥିବା ଅପରେଶନରେ ୪୩ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ୭ ଜଣଙ୍କୁ ଗିରଫ କରାଯାଇଥିଲା। ଏହିଦିନ ଅସ୍ତ୍ରବିରତି ଉଲ୍ଲଂଘନ ଖବରକୁ ଖଣ୍ଡନ କରିଥିଲା ଆଫଗାନ ସେନା। ପ୍ରାୟ ୨ ଦଶନ୍ଧି ହେବ ଆତଙ୍କବାଦିଙ୍କ ସହ ଆଫଗାନ ସରକାର ଲଢି ଚାଲିଥିବା ବେଳେ ଏହା ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସୁନାହିଁ।

Share